ସ୍ଵାଧୀନ ଭୂମିର ସୁବର୍ଣ୍ଣ ଇତିହାସ

ସ୍ଵାଧୀନ ଭୂମିର ସୁବର୍ଣ୍ଣ ଇତିହାସ

ଦାରୁଣ ଯନ୍ତ୍ରଣା ସହ ନିଷ୍ପେସିତ ମନ,

ପରାଧିନତା ଛଡାଇ ନେଇଥିଲା ଦୈତ୍ରକେତନ,

ଲହୁ ଲୁହା ବକ୍ଷ ସହ ରକ୍ତପାତ ଭୂମି,

ଅକ୍ତିୟାର କଲେ ବ୍ରିଟିଶ ସ୍ଵର୍ଣ୍ଣ ଜନ୍ମଭୂମି |

କେତେ ଯେ କାରାବରଣ କେତେ ଯେ ଯାତନା,

ତଥାପି ମନେଇଥିଲା ସ୍ଵାଧୀନତାର ଭାବନା,

ଯୋଗ ଜନ୍ମା ବୀରପୁରୁଷ ଆହ୍ଵାନ ଦେଲେ,

ଅହିଂସା ମନ୍ତ୍ରକୁ ପରମ ଶସ୍ତ୍ର କଲେ |

ଆତ୍ମୋତ୍ସର୍ଗ କଲେ ଦେଶପ୍ରେମୀ ବନ୍ଧୁକଗୁଳିର ମୁନରେ,

ସ୍ଵାଧୀନତାର ଯଶୋଗାଥା ଲେଖିଲେ ସ୍ବର୍ଣ୍ଣାକ୍ଷରରେ,

ବୀରଭୂମିର ବୀରଗାଥା ସାହସ ଦେଲା ସଭିଙ୍କୁ,

ମୁକ୍ତ ହେଲା ଜନ୍ମଭୂମି ପରାଧୀନତାର ଫାଶରୁ |

ସାଧନା, ତ୍ୟାଗ ଓ ଆଦର୍ଶ ରଙ୍ଗ ଭରିଦେଲା,

ସୁଜଳା, ସୁଫଳା, ଶ୍ୟାମଳା ଭୂମି ସ୍ଵାଧୀନ ହେଲା,

ସତ୍ଯର ସାରଗର୍ଭକ ବାର୍ତ୍ତା ସର୍ବୋଚ୍ଚେ ରହିଲା,

ଜାତୀୟପତାକା ଆଜି ବାୟୁହିଲ୍ଲୋଲେ ଉଡିଲା |

ଶହୀଦଙ୍କ ସ୍ମୃତି ଆଜି ଇତିହାସ ରଚିଲା,

ଦେଶପ୍ରେମର ମହତ୍ଵ ଜଗତେ ଗୁଞ୍ଜିଲା,

ଜନ୍ମଭୂମିର ଟେକ ଆମ ହାତକୁ ଆସିଲା,

“ଭାରତମାଆ” ତା’ର ନାଁ ସାଜିଲା |

ନଈର କୁଳୁକୁଳୁ ଧାରେ, ପୃଥିବୀର ସବୁଜିମାରେ,

ଅଶ୍ରୁର ଧାରେ ଧାରେ, ଖୁସିର ମୁକୁତାରେ,

ଜୀବନର ଏକମାତ୍ର ସାହା,

ନାଁ ତା’ର ଭାରତମାଆ |

ଅନେକତାରେ ଏକତା, ବିଭିନ୍ନତାରେ ସମତା,

ସଭିଙ୍କ ମନ ପ୍ରିୟ ମାଆର ମମତା,

ବିପଦରେ ବତାଏ ଯିଏ ରାହା,

ନାଁ ତା’ର ଭାରତମାଆ |

ପୁରୁବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ,

ସଭିଙ୍କୁ କରେ ସେ ସ୍ନେହରେ ଗ୍ରହଣ,

କେତେ ରମଣୀୟ ପରିବେଶ ଆହା,

ନାଁ ତା’ର ଭାରତମାଆ |

ଓଡିଆ, ଗୁଜୁରାଟୀ, ହିନ୍ଦୀ, ମରାଠୀ,

ସଭିଏଁ ଅଛନ୍ତି ଭାରତେ ଏକାଠି,

ଘଉଡାଇ ରଖେ ଯେ ଆଶୀର୍ବାଦର ଛାୟା,

ନାଁ ତା’ର ଭାରତମାଆ |

ଭୁଇଁରେ ପଡେ ଯାହାର ମୋତିର କାକର,

ଗଙ୍ଗା ଧୋଇଯାଏ ଚରଣ ଯାହାର,

ବୀରତ୍ଵ ମାଟିର ଯିଏ ଏକମାତ୍ର ସାହା,

ନାଁ ତା’ର ଭାରତମାଆ |


Published by

Leave a Reply

X
WhatsApp WhatsApp us