ସାହିତ୍ୟ

ସାହିତ୍ୟ

ସମାଜର ଐକ୍ୟ ପ୍ରତିଷ୍ଠା କରେ “ସାହିତ୍ୟ”,

ଭାଷାକୁ ମାର୍ଜିତ କରି ଦିଏ ଉଚିତ ତଥ୍ୟ,

ବଢିଚାଲେ ସମାଜରେ ଯେବେ ଯେବେ ଦୁର୍ନୀତି,

“ସାହିତ୍ୟ” ସାଜେ ଆମ୍ଭର ପରମସଖୀ ।୧।

ସମାଜର ଆଦର ଅଭ୍ୟର୍ଥନାରେ ସାହିତ୍ୟ ବିକାଶ,

ସାହିତ୍ୟର ସୁଗନ୍ଧେ ଚହକେ ଆଜି ଚଉପାଶ,

ସାହିତ୍ୟ ସାଜିଛି ଆଜି ସମାଜର ମୁକୁର ସଦୃଶ,

ଅନ୍ତର୍ନିହିତ ଗୁଣର କରେ ସେ ପ୍ରକାଶ ।୨।

ସାହିତ୍ୟ ସାଧନାରେ ଆଜି ସଭିଙ୍କ ପ୍ରଗତି,

ବିକାଶ ପଥରେ ଆଜି ସାହିତ୍ୟର ଅଗ୍ରଗତି,

ଜୀବନରେ ସାହିତ୍ୟ ଦର୍ପଣ ଭଳି,

ସ୍ଵର୍ଗରୁ ପାରିଜାତ ପୁଷ୍ପ ଦିଏ ସେ ତୋଳି ।୩।

ସ୍ରଷ୍ଟାର କଳ୍ପନାକୁ କରେ ସେ ଲଲିତ,

ଦିବ୍ୟ ଅନୁଭୂତି ମଧ୍ୟ ହୁଏ ତ୍ଵରାନିତ,

ବୌଦ୍ଧିକ ଚେତନାର ପରିଚୟ ଗଢେ,

ପୂର୍ବଜଙ୍କ କଳାକୃତି ସର୍ବଦା ମନେପଡେ ।୪।

ଜୀବନ ବଞ୍ଚିବାର ବାଟ ବଦଳାଏ,

ସାହିତ୍ୟ ସଭିଙ୍କୁ ମାର୍ଗ ଦର୍ଶନ କରାଏ,

   ବିକଶିତ ହେଲେ ଆମ୍ଭ ସାହିତ୍ୟ,

ଗୁଣିଜ୍ଞାନରେ ସଭିଏଁ ହେବେ ଯେ ବିଦ୍ୟ ।୫।

Published by

Leave a Reply

X
WhatsApp WhatsApp us