Author: Soumyashree Nayak

ସାହିତ୍ୟ

ସମାଜର ଐକ୍ୟ ପ୍ରତିଷ୍ଠା କରେ “ସାହିତ୍ୟ”,

ଭାଷାକୁ ମାର୍ଜିତ କରି ଦିଏ ଉଚିତ ତଥ୍ୟ,

ବଢିଚାଲେ ସମାଜରେ ଯେବେ ଯେବେ ଦୁର୍ନୀତି,

“ସାହିତ୍ୟ” ସାଜେ ଆମ୍ଭର ପରମସଖୀ ।୧।

ସମାଜର ଆଦର ଅଭ୍ୟର୍ଥନାରେ ସାହିତ୍ୟ ବିକାଶ,

ସାହିତ୍ୟର ସୁଗନ୍ଧେ ଚହକେ ଆଜି ଚଉପାଶ,

ସାହିତ୍ୟ ସାଜିଛି ଆଜି ସମାଜର ମୁକୁର ସଦୃଶ,

ଅନ୍ତର୍ନିହିତ ଗୁଣର କରେ ସେ ପ୍ରକାଶ ।୨।

ସାହିତ୍ୟ ସାଧନାରେ ଆଜି ସଭିଙ୍କ ପ୍ରଗତି,

ବିକାଶ ପଥରେ ଆଜି ସାହିତ୍ୟର ଅଗ୍ରଗତି,

ଜୀବନରେ ସାହିତ୍ୟ ଦର୍ପଣ ଭଳି,

Read More
ସ୍ଵାଧୀନ ଭୂମିର ସୁବର୍ଣ୍ଣ ଇତିହାସ

ଦାରୁଣ ଯନ୍ତ୍ରଣା ସହ ନିଷ୍ପେସିତ ମନ,

ପରାଧିନତା ଛଡାଇ ନେଇଥିଲା ଦୈତ୍ରକେତନ,

ଲହୁ ଲୁହା ବକ୍ଷ ସହ ରକ୍ତପାତ ଭୂମି,

ଅକ୍ତିୟାର କଲେ ବ୍ରିଟିଶ ସ୍ଵର୍ଣ୍ଣ ଜନ୍ମଭୂମି |

କେତେ ଯେ କାରାବରଣ କେତେ ଯେ ଯାତନା,

ତଥାପି ମନେଇଥିଲା ସ୍ଵାଧୀନତାର ଭାବନା,

ଯୋଗ ଜନ୍ମା ବୀରପୁରୁଷ ଆହ୍ଵାନ ଦେଲେ,

ଅହିଂସା ମନ୍ତ୍ରକୁ ପରମ ଶସ୍ତ୍ର କଲେ |

ଆତ୍ମୋତ୍ସର୍ଗ କଲେ ଦେଶପ୍ରେମୀ ବନ୍ଧୁକଗୁଳିର ମୁନରେ,

ସ୍ଵାଧୀନତାର ଯଶୋଗାଥା ଲେଖିଲେ ସ୍ବର୍ଣ୍ଣାକ୍ଷରରେ,

ବୀରଭୂମିର ବୀରଗାଥା ସାହସ ଦେଲା ସଭିଙ୍କୁ,

Read More
X
×